Thursday, November 3, 2016

A poem written on 29.02.2012 (5.35AM)



ଆଗମନୀ
ଫକୀର ମୋହନ ନାହାକ
ଆଦ୍ୟ ଆଷାଢ଼ର ଆଗମନୀ
ଆଣିଦିଏ ଆତ୍ମାରେ ଆର୍ଦ୍ରତା
ଆନ୍ଦୋଳିତ ହୁଏ ମନ
ଆଶାକରେ ଆତ୍ମୀୟର
ଆଶୁ ଉପସ୍ଥାନ  ।
ଆଉ ଯେବେ ଆଶ୍ବି ନର ଆକାଶରେ
ଆଖି ଦେଖେ ଆକାଂକ୍ଷିତ ଛବି
ଆଦିରସେ ଆତ୍ମ ମଗ୍ନ
ଆଶ୍ଳେଷରେ ଆହ୍ଲାଦିତ କବି  ।
ଆତପରେ ଆଳାପ ଅଳପ
ଆଳାପୀ ଆଲିଙ୍ଗନେ ଦିଅଇ ଆଶ୍ବାସ
ଆଦୌ ନୁହେଁ ଏହା ଶେଷ
ଆଗକୁ ଆସୁଛି ଆଷାଢ଼
ଆଞ୍ଜୁଳାରେ ଆଣୁଅଛି ଅବଶିଷ୍ଟ ଯେତେକ ଆୟୁଷ  ।

© Dr. Fakir Mohan Nahak

No comments:

Post a Comment