Sunday, December 4, 2016
Saturday, December 3, 2016
Lord Jagannath at far east
Jagannath temple of Udaipur, Tripura. |
It is in one of the beautiful places of Tripura. Just 55 KM. away from the state capital Agartala. This was a hundreds of years old Jagannath Temple. But now it is abandoned. A number of plants have grown on the dilapidated remains of the temple. You will find a typical Bengal architecture in its construction style. The reigning deities are now shifted to a nearby pucca house. You will find a unique feature here in the idols of Lord Jagannath, Balabhadra and Devi Subhadra. They are having hands and foot. Lord Jagannath here is not black but blue like Lord Krishna or Lord Vishnu as we find in Indian mythology.
(C) Dr. Fakir Mohan Nahak
Deities of Udaipur Jagannath Temple |
My Poem - MAARA SINDUKA
ମାଆର ସିନ୍ଦୁକ
ମୋ
ମାଆର ସିନ୍ଦୁକ ଦେହରେ
ତୃତୀୟ
ଶ୍ରେଣୀର ସମୟ ନିର୍ଘଣ୍ଟ
ତା’କୁ
ଆଉଜି ବସିଲେ
ମନେ
ପଡ଼େ ପିଲାଦିନ
ମିଞ୍ଜି
ମିଞ୍ଜି ଡିବି ଆଲୁଅରେ
ସିନ୍ଦୁକ
ଭିତରେ ହାତପେଡ଼ି
ସେ
ପେଡ଼ିରେ ମୋ ଅନ୍ତୁଡ଼ିଶାଳର
ଚିରା
କୋତରା ଦସ୍ତାବିଜ୍
ନା
ସେଥିରେ ଅଛି ମୋ ନାଁ
ନା
ମୋ ବାପାଙ୍କ ନାଁ
ନା
ଜେଜେଙ୍କ ନାଁ
ଅଛି
ତାଙ୍କ ବାପାଙ୍କ ନାଁ ।
ଗୁରୁବାରେ,
ସଂକ୍ରାନ୍ତିରେ
ପରବ,
ପୁନିଅ, ଓଷାରେ
ମାଆ
ମୋର କ୍ଷୀର ଚାଉଳ ଦିଏ
ସିନ୍ଦୁକ
ଦେହରେ,
ମୁଣ୍ଡିଆ
ମାରେ ତା’ରି ପାଖରେ ।
ସିନ୍ଦୁକରେ
ମାଆର ପୁରୁଣା ମୁଦି
ପୁରୁଣା
ପାଉଁଜି, ବିଭା ମୁକୁଟ
ବାହା
ଲୁଗା, ଆଉ ଆମ ସଭିଙ୍କ ଜାତକ ।
ଏବେ
ସିନ୍ଦୁକ ଖୋଲି ଦେଖିଲି
ଗୋଟେ
ଚକଚକିଆ ସୁନାମାଳି
ମାଆ
କହିଲା, ମୋ ବୋହୂ ପାଇଁ ରଖିଛି ।
ତାକୁ
ବନ୍ଦେଇ ଘରକୁ ଆଣିଲେ,
ଦେବି
ରୁପା କରାଟ, ସୁନାମାଳି
ଘରର
ସବୁ ଅର୍ଦ୍ଦଳି
ମୋ
ସିନ୍ଦୁକର ଚାବିମାଳି ।
(22.11.2010,
ସନ୍ଧ୍ୟା 6.40, ବନସ୍ଥଳୀପୁରମ୍, ହାଇଦ୍ରାବାଦ)
ଏ
ବର୍ଷ “ଅୟମାରମ୍ଭ” ପୂଜା ସଂଖ୍ୟାରେ ପ୍ରକାଶ ପାଇଛି
©
ଫକୀର ମୋହନ ନାହାକ
A poem written in 2013
ମହାଜନ ଚୋର
ମୂଲିଆ
ତା’ର
ବା କି ଜାତି ଅଛି?
ମୂଲ
ଲାଗିଲେ ପେଟ ପୋଷେ
ମୂଲ
ନଥିଲେ ଉପାସ ।
ମୁଁ
ବି ଗୋଟେ ମୂଲିଆ,
ମହାଜନର
ମୂଲ ଲାଗିଲି
ଝାଲ
ବୁହାଇଲି
ମେହନତ
କଲି
ହେଲେ
ମିଳିଲାନି ମୂଲ ।
ଦିନ,
ସପ୍ତାହ, ମାସ
ଏମିତି
ବିତିଲା ନଅ ମାସ ।
ଏ
ଭିତରେ କିନ୍ତୁ
ନେପୁରୀ,
ଝୁମୁରୀ, ମାଳତୀ, ତୁଳସା
ସମସ୍ତେ
ପିଲା ଜନ୍ମ କରିସାରିଲେଣି
ନଅ
ମାସର ଗର୍ଭରୁ ପିଲା ଖେଳିଲାଣି
ହେଲେ
ମିଳିଲାନି ମୂଲ ।
ମହାଜନ
ଫେରାର
ମୁଁ
ଫେରାଦ ହେଲେ ଶୁଣିବ କିଏ?
ସରକାର
କହୁଛନ୍ତି
ମହାଜନଟା
ଗୋଟେ ଚୋର ।
ଖାଲି
ମୋ ମୂଲ ନୁହେଁ
ଆଉ
କେତେ ମୂଲିଆଙ୍କ ମୂଲ
ଝାଳବୁହା
ଟଙ୍କା ଖାଇଛି ସେ ।
ଅଦାଲତ,
ପୋଲିସ ଖୋଜୁଛି ତାକୁ
ହେଲେ
ସେ କୁଆଡ଼େ ଛୁ ।
ମତେ
ଏବେ ଅଦାଲତ ପଚାରୁଛି
ତୁ
ସତରେ ମୂଲ ଲାଗିଥିଲୁ?
ଏ
କଥାର ପ୍ରମାଣ ଦେବାକୁ କଣ ଦେବି ଉତ୍ତର?
ଶଳା
ମହାଜନଟା ତ ଚୋର ।
©
ଫକୀର ମୋହନ ନାହାକ
(2013
ମସିହାରେ ଜଣେ ଚୋର ମହାଜନକୁ ପୋଲିସ ଖୋଜୁଥିଲା ବେଳେ, ଏ କବିତା ଲେଖା ଯାଇଥିଲା । ମହାଜନ ଏବେ ପୋଲିସ ହାତରେ । ଜେଲରେ ଖାଇ ପିଇ ଅଛି । ଲୋକେ ଜେଲ୍ ଗଲେ ଚିନ୍ତାରେ ସଢ଼ି ଯାଆନ୍ତି, ଇଏ କିନ୍ତୁ
ଦିନକୁ ଦିନ ଡଉଲ ଡାଉଲ ଦିଶୁଛି । ବେଳେ ବେଳେ ପଦାକୁ ଆସିଲେ ଅଲାଜୁକ ମୁହଁରେ କ୍ୟାମେରା ଆଗରେ
ଗପୁଛି । ପୁଅ ଜେଲରେ ଅଏସ୍ କରୁଛି)
Thursday, November 3, 2016
A poem written on 29.02.2012 (5.35AM)
ଆଗମନୀ
ଫକୀର ମୋହନ ନାହାକ
ଆଦ୍ୟ ଆଷାଢ଼ର ଆଗମନୀ
ଆଣିଦିଏ ଆତ୍ମାରେ ଆର୍ଦ୍ରତା
ଆନ୍ଦୋଳିତ ହୁଏ ମନ
ଆଶାକରେ ଆତ୍ମୀୟର
ଆଶୁ ଉପସ୍ଥାନ ।
ଆଉ ଯେବେ ଆଶ୍ବି ନର ଆକାଶରେ
ଆଖି ଦେଖେ ଆକାଂକ୍ଷିତ ଛବି
ଆଦିରସେ ଆତ୍ମ ମଗ୍ନ
ଆଶ୍ଳେଷରେ ଆହ୍ଲାଦିତ କବି
।
ଆତପରେ ଆଳାପ ଅଳପ
ଆଳାପୀ ଆଲିଙ୍ଗନେ ଦିଅଇ ଆଶ୍ବାସ
ଆଦୌ ନୁହେଁ ଏହା ଶେଷ
ଆଗକୁ ଆସୁଛି ଆଷାଢ଼
ଆଞ୍ଜୁଳାରେ ଆଣୁଅଛି ଅବଶିଷ୍ଟ ଯେତେକ ଆୟୁଷ ।
© Dr. Fakir Mohan Nahak
A poem on life struggle written by me on 3rd November 2016
ଆହୁତି
ଡକ୍ଟର ଫକୀର ମୋହନ ନାହାକ
ଆରମ୍ଭ ହୋଇଛି ଯଜ୍ଞ
ପାଞ୍ଚ କି ସାତ ନୁହେଁ
ଚବିଶ କି ଶହେ ଆଠ ନୁହେଁ
ଶତ ସହସ୍ର କୁଣ୍ଡରେ
ସମିଧରେ ସଂଯୋଗ ହେଲାଣି
ହୋମାଗ୍ନି
।
ବର୍ଗ କୁଣ୍ଡ, ପଦ୍ମ କୁଣ୍ଡ
ଚକ୍ର କୁଣ୍ଡ ଆଉ ଯୋନି କୁଣ୍ଡ
ସବୁଠି ଚାଲିଛି ଯଜ୍ଞ
ଗୁଞ୍ଜରିତ ଏଠି
ଅଭିପ୍ରେତ ମନ୍ତ୍ରର ଧ୍ବନି
ବଡ଼ ବିଚିତ୍ର ତାର ଗୁଞ୍ଜରଣ
ନା ବେଦ ନା ପୁରାଣ
ନା ଶାସ୍ତ୍ର ସମ୍ମତ ସେ ମନ୍ତ୍ର
ବିବ୍ରତ କରୁଛି ମୋତେ
ସେ ଭିନ୍ନ ଉଚ୍ଚାରଣ
।
ଏ ବିଶାଳ ଯଜ୍ଞରେ
ଅଗ୍ନିହୋତ୍ର କରୁଛି ମୁଁ ..
ମୁଁ ହୋତା
ହର୍ତା କର୍ତ୍ତା
ଦଇବ ବିଧାତା
।
ଆହୁତି ଦେଉଛି
ଜଗତର ଯନ୍ତ୍ରଣାକୁ
ଜୀବନ ଜଞ୍ଜାଳର ଯାତନାକୁ
ଦଶାନନ ଭଳି
ସ୍ବୟଂକୁ ଦେଉଛି ଆହୁତି,
ଅଗ୍ନିରେ ସମର୍ପି ଦେଉଛି
ମୋ ମସ୍ତକ, ମୋ ମସ୍ତିଷ୍କ
ଶହେ ଆଠ କି ହଜାରେ ଆଠ ନୁହେଁ
ଶତ ସହସ୍ର କୁଣ୍ଡରେ
ଶତ ସହସ୍ର ମନ୍ତ୍ରର ଆହୁତି
।
ସାକଲ୍ୟ ଭାବେ ଅଜାଡ଼ି ହେଉଛି
ମୋର ମାଂସ ଆଉ ମଜ୍ଜା
ତା ସାଙ୍ଗରେ ମିଶା ପୁଣି
ମୋର ଯେତେ ମାନ ଅଭିମାନ
ଅସ୍ମିତା ଓ ଅହଂକାର
।
ସମିଧ ସାଜିଛି ଅସ୍ଥି
ଅହମିକା ଆଉ ଅଳିକ ଅସ୍ତିତ୍ବ
।
ସ୍ବିଷ୍ଟକୃତେ ସନ୍ତର୍ପଣେ
ସମର୍ପି ଦେଉଛି ମୁଁ
ପ୍ରସ୍ତର ଯୁଗର ବୃଥା ପରିଚୟ
ଅସରନ୍ତି ସ୍ବପ୍ନ ସାଙ୍ଗେ
ସ୍ତରିଭୂତ ସଂତ୍ତପ୍ତ ହୃଦୟ
।
ଅନନ୍ତ କାଳର ଏ ଯଜ୍ଞ
ଅନ୍ତହୀନ ବୋଧେ
ଅସୁମାରୀ ଆହୁତି ପରେ ବି
ଅନ୍ତ ନାହିଁ ଯାର ।
ପୂର୍ଣ୍ଣାହୁତି ଦେବି କଣ
ବର୍ତ୍ତମାନ ନାହିଁ କିଛି ମୋର ।
ଅଛି ଯାହା ଆତ୍ମା ବୋଲି
ଦେଖି ନାହିଁ ରୂପ ଆଉ ରଙ୍ଗ ତାର,
ଯଜ୍ଞାଗ୍ନି କି ନେଇପାରେ ତାକୁ
ଆତ୍ମା ପରା ମୋର ଅବିନଶ୍ବର
।
©
Dr. Fakir Mohan Nahak
Subscribe to:
Posts (Atom)