Thursday, November 3, 2016

A poem written on 29.02.2012 (5.35AM)



ଗମନୀ
ଫକୀର ମୋହନ ନାହାକ
ଆଦ୍ୟ ଆଷାଢ଼ର ଆଗମନୀ
ଆଣିଦିଏ ଆତ୍ମାରେ ଆର୍ଦ୍ରତା
ଆନ୍ଦୋଳିତ ହୁଏ ମନ
ଆଶାକରେ ଆତ୍ମୀୟର
ଆଶୁ ଉପସ୍ଥାନ 
ଆଉ ଯେବେ ଆଶ୍ବି ନର ଆକାଶରେ
ଆଖି ଦେଖେ ଆକାଂକ୍ଷିତ ଛବି
ଆଦିରସେ ଆତ୍ମ ମଗ୍ନ
ଆଶ୍ଳେଷରେ ଆହ୍ଲାଦିତ କବି 
ଆତପରେ ଆଳାପ ଅଳପ
ଆଳାପୀ ଆଲିଙ୍ଗନେ ଦିଅଇ ଆଶ୍ବାସ
ଆଦୌ ନୁହେଁ ଏହା ଶେଷ
ଆଗକୁ ଆସୁଛି ଆଷାଢ଼
ଆଞ୍ଜୁଳାରେ ଆଣୁଅଛି ଅବଶିଷ୍ଟ ଯେତେକ ଆୟୁଷ 

© Dr. Fakir Mohan Nahak

No comments:

Post a Comment